ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ସ୍କୁଲ ପରି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମଧ୍ୟ ନିଶାମୁକ୍ତ ଅଞ୍ଚଳ ଘୋଷଣା ହେବ। କୌଣସି ଛାତ୍ର କିମ୍ଵା କର୍ମଚାରୀ ପରିସର ମଧ୍ୟରେ ନିଶା ଦ୍ରବ୍ୟ ଓ ସେବନ କରିପାରିବେ ନାହିଁ।

ଏନେଇ ରାଜ୍ୟ ସରକାର ନିଶାମୁକ୍ତ ଘରୋଇ ସଂଗଠନ ଗୁଡ଼ିକ ସହ ମିଳିତ ଭାବେ ଯୋଜନା କରିବେ। ପରିସର ମଧ୍ୟରେ ଶିକ୍ଷକ ଓ ପ୍ରଫେସର ମଧ୍ୟ ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାସହ ଉଚ୍ଚଶିକ୍ଷା ବିଭାଗ ପୋଲିସ ସହାୟତାରେ କଲେଜ ପରିସର ପାଖରେ ତମାଖୁ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିବା ସହ ଏହାକୁ ବନ୍ଦ କରକିବାକୁ କହିଛନ୍ତି।

ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସିଓଟିପିଏ ୨୦୦୩ ଆଇନ ଲାଗୁ କରାଯିବ। ଏହାସହ ୧୦୦ ଦିନ ମଧ୍ୟରେ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକକୁ ତମାଖୁ ମୁକ୍ତ ଅଞ୍ଚଳ କରାଯିବା ଲକ୍ଷ୍ୟରେ ରହିଛନ୍ତି ସରକାର।

ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସୁଲ କଲେଜର ପ୍ରିନ୍ସପାଲ ଓ ପ୍ରଧାନଶିକ୍ଷକଙ୍କୁ ଚିଟି ପଠାଇଛନ୍ତି। ପରେ ଜିଲ୍ଲାଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏହାର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ମିଳିଛି।

ପୂର୍ବରୁ ସ୍କୁଲ ଆଣ୍ଡ ମାସ ଏଜୁକେସନ ବିଭାଗ ସବୁ ସ୍କୁଲ ପରିସରରେ ଧୂମପାନ ଓ ତମାଖୁ ସେବନ ଉପରେ ରୋକ ଲଗାଇଥିଲେ ଓ ଏହାକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here