ଓଡିଶାଲାଇଭ୍ କରୋନା ବ୍ୟୁରୋcorona-1

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

ସୋମବାର ଗଞ୍ଜାମରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଗଜପତିରୁ ୪୯ ଜଣ, ଜଗତସିଂହପୁରରୁ ୨୫ ଜଣ, ରାୟଗଡ଼ାରୁ ୧୬ ଜଣ, କଟକରୁ ୧୫ ଜଣ, ବରଗଡ଼ରୁ ୧୪ ଜଣ, ଖୋର୍ଦ୍ଧାରୁ ୧୩ ଜଣ, ଭଦ୍ରକରୁ ୧୨ ଜଣ, ପୁରୀରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ଵର ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ ଏବଂ ବୌଦ୍ଧ, କଳାହାଣ୍ଡି, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୪୮୬ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯,୫୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨,୯୯୨ ଜଣ ଆକ୍ରାନ୍ତ ଏବେ ସକ୍ରିୟ ଥିବାବେଳେ ୩୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment