ଓଡ଼ିଶାଲଇଭ ବ୍ୟୁରୋ

ଶେଷରେ ନାବାଳିକାକୁ ମିଳିଲା ନ୍ୟାୟ। ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ। ଗତ ଜାନୁଆରୀରେ ଅନୁଗୁଳ ଜିଲ୍ଲା କାଙ୍ଗୁଳା ଗାଁର ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମମଲାରେ ପୋକ୍ସୋ କୋର୍ଟ ଆଜି ଅଭିଯୁକ୍ତ ସୁରେଶ ପ୍ରଧାନ ଓରଫ ଅନାମକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି।

ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଦାଲତ ଅନାମକୁ ଆଜୀବନ କାରାଦଣ୍ଡ, ପ୍ରମାଣ ନଷ୍ଟ କରିବାରେ ୭ ବର୍ଷର କାରାଦଣ୍ଡ ଓ ହତ୍ୟା ମାମାଲାରେ ଫାଶୀ ଦଣ୍ଡ ଶୁଣାଇଛନ୍ତି।

ଜାନୁଆରୀ ୧୨ରେ ନାବାଳିକା ଜଣକ ବାପା ପାଇଁ ଖାଇବା ନେଇ ଯାଉଥିବା ବେଳେ ଅଭିଯୁକ୍ତ ଅନାମ ତାକୁ ଅପହରଣ କରିନେଇଥିଲା। ପରେ ତାକୁ ଦୁଷ୍କର୍ମ କରିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାକୁ ଏକ ପଥରରେ ଛେଚି ହତ୍ୟା କରିବା ପରେ ନାଳରେ ଫୋପାଡ଼ି ଦେଇଥିଲା। ପରେ ଜାନୁଆରୀ ୨୦ରେ ନାବାଳିକା ମୃତ୍ୟୁ ଦେହ ମିଲିଥିଲା।

Comment