ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ପାଇଁ ଖୁସି ଖବର। ତାଙ୍କୁ ଭାରତର ୫୦ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ତାଲିକାରେ ସାମିଲ କରାଯାଇଛି। ଇଣ୍ଡିଆ ଟୁଡେର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ତାଲିକାରେ ଦୂତିଙ୍କ ସ୍ଥାନ ୪୭ରେ ରହିଛି।

ଇଣ୍ଡିଆ ଟୁଡେ ମାଗାଜିନରେ ପ୍ରକାଶିତ ହୋଇଛି, “ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍ ଦୂତି ଚାନ୍ଦ ୨୦୧୮ ଏସିଆନ ଗେମ୍ସରେ ଦୁଇଟି ସିଲଭର ପଦକ ଜିତିଥିଲେ। ସେ ୨୦୧୯ ବିଶ୍ଵ ୟୁନିଭରସିଟିରେ ମଧ୍ୟ ସ୍ଵର୍ଣ୍ଣ ଜିତିଥିଲେ। ଦୂତି ବିଶ୍ଵସ୍ତରୀୟ ଖେଳରେ ସ୍ଵର୍ଣ୍ଣ ଜିତିବାରେ ଦ୍ଵିତୀୟ ଖେଳାଳି।’’

ପ୍ରଭାବଶାଳୀ ତାଲିକାରେ ମୁକେଶ ଅମ୍ଵାନି ପ୍ରଥମରେ ରହିଛନ୍ତି। ଯାହାଙ୍କ ସମ୍ପତିର ମୂଲ୍ୟ ୩ ଲକ୍ଷ ୪୫ କୋଟି ଟଙ୍କା। ତାଙ୍କ ପଛକୁ କୁମାର ମଙ୍ଗଲାମ ବିର୍ଲା, ଗୌତମ ଅଦାନି, ଉଦୟ କୋଟାକ, ଆନନ୍ଦ ମହିନ୍ଦ୍ରା, ରତନ ଟାଟା ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର ବିରାଟ କୋହଲି, ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ରହିଛନ୍ତି। ଏହାସହ ପ୍ରଭାବଶାଳୀ ରାଜନେତା ତାଲିକାର ଶୀର୍ଷରେ ନରେନ୍ଦ୍ର ମୋଦିଙ୍କ ନାମ ରହିଛି। ତାଙ୍କ ପଛକୁ ଅମିତ ଶାହ ମୋହନ ଭାଗଓ୍ଵତ ରହିଛନ୍ତି।

୫୦ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ତାଲିକା

୧. ମୁକେଶ ଅମ୍ଵାନି

୨. କୁମାର ମଙ୍ଗଲାମ ବିର୍ଲା

୩. ଗୌତମ ଅଦାନି

୪. ଉଦୟ କୋଟାକ

୫. ଆନନ୍ଦ ମହିନ୍ଦ୍ରା

୬. ରତନ ଟାଟା

୭. ବିରାଟ କୋହଲି

୮. ଏନ. ଚନ୍ଦ୍ରଶେଖରନ୍

୯. ଅମିତାଭ ବଚ୍ଚନ

୧୦. ଶିବ ନାଦାର

୧୧. ଅଜୟ ପିରାମାଲ

୧୨. ଅଜିମ ଏଚ୍ ପ୍ରେମଜୀ

୧୩. ସଜନ ଜିନ୍ଦଲ

୧୪. ଅନିଲ ଅଗ୍ରଓ୍ଵାଲ

୧୫. ଉଦୟ ଶଙ୍କର

୧୬. ଅମିତ ଅଗ୍ରଓ୍ଵାଲ

୧୭. ଶ୍ରୀ ଶ୍ରୀ ରବିଶଙ୍କର

୧୮. ସଂଜିବ ଗୋଇଙ୍କର

୧୯. ହରିଶ ସାଲଭେ

୨୦. ସୁନିଲ ଭାରତୀ ମିତ୍ତଲ

୨୧. ଅକ୍ଷୟ କୁମାର

୨୨. ଆଦିତ୍ୟ ପୁରୀ

୨୩. ନିତା ଅମ୍ଵାନୀ

୨୪. ଅଜୟ ସିଂ

୨୫. ବାବା ରାମଦେବ

୨୬. ଭିନିତ ଜୈନ

୨୭. ରଣବିର ସିଂ

୨୮. ଶଶି ଥରୁର

୨୯. ସଲମାନ ଖାନ

୩୦. ଆରସି ଭାରଗଭ

୩୧. ମହେନ୍ଦ୍ର ମୋହନ ଗୁପ୍ତା ଓ ସଞ୍ଜୟ ଗୁପ୍ତା

୩୩. ବିଜୟ ଶେଖର ଶର୍ମା

୩୪. ଡ. ନରେଶ ତ୍ରେହାନ

୩୫. ରାହୁଲ ଭାଟିଆ

୩୬. ରଜନୀକାନ୍ତ

୩୭. ସଂଜିବ ବଜାଜ

୩୮. ଦିଲ୍ଲିପ ସାଙ୍ଗଭି

୩୯. କିରନ ସଜୁମଦାର ସ

୪୦. ସଦଗୁରୁ ଜାଗି ବାସୁଦେବ

୪୧. ପଓ୍ଵନ ମୁଞ୍ଜଲ

୪୨. ଦିପିକା ପାଦ୍ୟୁକୋନ

୪୩. ରିତେଶ ଅଗ୍ରଓ୍ଵାଲ

୪୪. କିରନ ନାଦାର

୪୫. ବିଜୁ ରବିନ୍ଦ୍ରନ୍

୪୬. ପ୍ରାସୋନ ଯୋଶି

୪୭. ଦୂତି ଚାନ୍ଦ

୪୮. ଏକତା କପୁର

୪୯. ମୋନିକା ସେରଗିଲ

୫୦. ଅମିଶ ତ୍ରିପାଠୀ

Comment