ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ମିଡିଲ ଅର୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଆଜିଙ୍କ୍ୟ ରାହାଣେ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏହି ଖବର ପ୍ରଥମେ ରାହାଣେଙ୍କ ପତ୍ନୀ ରାଧିକା ଧୋପାଭକର ଫ୍ୟାନମାନଙ୍କୁ ଜଣାଇଛନ୍ତି। ରାଧିକା ଏନେଇ କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ଫ୍ୟାନମାନଙ୍କୁ ଏହି ଖୁସି ଖବର ବିଷୟରେ ଜଣାଇଛନ୍ତି।

 

View this post on Instagram

 

We’re adding a little more love to our family ❤️

A post shared by Radhika Rahane (@radhika_dhopavkar) on

ରାଇଟ୍‌ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ଆଜିଙ୍କ୍ୟ ରାହାଣେ ଖୁବ୍‌ଶୀଘ୍ର ୱେଷ୍ଟଇଣ୍ଡିଜ୍‌ ଟୁର୍‌ରେ ଯିବେ। ଆସନ୍ତା ଅଗଷ୍ଟ ୩ରେ ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ତେବେ ରାହାଣେ ଟି-୨୦ରେ ସାମିଲ କରାଯାଇ ନାହିଁ। ଆସନ୍ତା ଅଗଷ୍ଟ ୨୨ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ୍‌ରେ ଖେଳିବେ।

ଆଜିଙ୍କ୍ୟ ଏବଂ ରାଧିକା ହେଉଛନ୍ତି ସ୍କୁଲ ବେଳର ସାଥୀ। ବିବାହ ପୂର୍ବରୁ ରାହାଣେ ଏବଂ ରାଧିକା ଦୁଇ ପଡୋଶୀ ଥିଲେ। ଦୁହେଁ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ରହୁଥିଲେ। ସ୍କୁଲରେ ସେମାନଙ୍କ ମଧ୍ୟରେ ପ୍ରଥମ ଦେଖା ହୋଇଥିଲା। ରାଧିକା ଆଜିଙ୍କ୍ୟଠାରୁ ୩ ବଷଁ ବଡ଼। ୨୦୧୪ ସେପ୍ଟେମ୍ବର ୧୪ରେ ଦୁହେଁ ପରିବାର ସହମତିରେ ବିବାହ କରିଥିଲେ। ତେବେ ଖୁବ୍‌ଶୀଘ୍ର ଆଜିଙ୍କ୍ୟ ବାପା ହେବାକୁ ଯାଉଛନ୍ତି।

Comment