ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳ ଜିଲ୍ଲା ନାଲକୋ କମ୍ପାନି ଅଗ୍ନିକାଣ୍ଡରେ ଆହତ ହୋଇଥିବା ୪ଜଣଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ମିଥୁନ ନାଥ। ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ମୃତକ ଜଣକ ନାଲକୋ ପିଏସଓ୍ଵିର ଜଣେ କର୍ମଚାରୀ ଥିଲେ। ତାଙ୍କ ଘର ନିକଟସ୍ଥ ପଟଣାସାହି ଗ୍ରାମରେ ବୋଲି ଜଣାପଡ଼ିଛି।

ଜୁଲାଇ ୨୩ ତାରିଖରେ ନାଲକୋ ପ୍ଲାଣ୍ଟରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସ୍ମେଲଟର କାଷ୍ଟ ହାଉସ ବିରେ ଫ୍ଲାଶ ଓଭରରୁ ନିଆଁ ଲାଗିଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀ ଆହତ ହୋଇଥିଲେ।

ପରେ ଘଟଣାସ୍ଥଳରେ ନିଆଁକୁ ଆୟତ କରାଯାଇ ଆହତ ମାନଙ୍କୁ ପ୍ରଥମେ ନାଲକୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମିଥୁନ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ।

ପୂର୍ବରୁ ମଧ୍ୟ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ନିଆଁ ଲାଗି ୭ଜଣ ଆହତ ହୋଇଥିଲେ। ଘଟଣା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରାଯାଇ ପ୍ଲାଣ୍ଟକୁ ସିଲ କରାଯାଇଥିଲା।

Comment