ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଦୁର୍ଘଟଣା ହେଲା ପ୍ରବାସୀଙ୍କ ଭ୍ୟାନ। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପାଖରେ। ପ୍ରବାସୀ ଶ୍ରମିକମାନେ ଏକ ଭ୍ୟାନରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ଦେଇଥିଲା। ଫଳରେ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି।

ସମସ୍ତ ଶ୍ରମିକ କେନ୍ଦୁଝର ଜିଲ୍ଲାର। ସେମାନେ ଆନ୍ଧ୍ର ପ୍ରଦେଶ ପଲାସାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ସେଠାରେ ଫସି ଥିଲେ କାଲି ସେଠାରୁ ବାହାରି ବୌଦ୍ଧ ଆସିଥିଲେ। ବୌଦ୍ଧରୁ ଭ୍ୟାନ ଭଡ଼ା କରି ଫେରିବା ବେଳେ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ।

ଦୁର୍ଘଟଣା ପରେ ୪ ଆହତ ଶ୍ରମିକଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୧ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି।

ଅନ୍ୟପକ୍ଷରେ ମୁମ୍ଵାଇର ଥାଣେ ଅଞ୍ଚଳରେ ଏକ ପ୍ରବାସୀ ଓଡ଼ିଆଙ୍କ ଟ୍ରକ ଦୁର୍ଘଟଣା ହୋଇଛି। ଏଥିରେ ୫ଜଣ ଶ୍ରମିକ ଆହତ ହୋଇଛନ୍ତି। ସେହି ଟ୍ରକରେ ଗଞ୍ଜାମ ଜିଲ୍ଲା ଚିକିଟି ଓ ପାତ୍ରପୁର ଅଞ୍ଚଳର ୫୩ ଜଣ ଶ୍ରମିକ ଥିଲେ।

ପୂର୍ବରୁ ମଧ୍ୟ ଫୁଲବାଣୀର କଳିଙ୍ଗାଘାଟିରେ ୩ଟି ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣା ହୋଇଥିଲା। ସେଥିରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।

Comment