ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଅନୁଗୁଳ ଜିଲ୍ଲାରେ ପ୍ରଥମ କରି ୧୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସାରା ଜିଲ୍ଲାରେ ଏଣିକି ରେଡ୍ ଜୋନ୍ ଭଳି କଟକଣା ଲାଗୁ ହେବ ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି କହିଛନ୍ତି।

ଜିଲ୍ଲପାଳ କହିଛନ୍ତି ଯେ, ସରକାରୀ ଭାବେ ଜିଲ୍ଲାକୁ ରେଡ୍ ଜୋନ୍ ବୋଲି ଘୋଷଣା କରାଯାଇନି। ହେଲେ କରୋନାକୁ ମୁକାବିଲା କରିବା ପାଇଁ ଜିଲ୍ଲାରେ ରେଡ୍ ଜୋନ୍ ଭଳି କଟକଣା ପାଳନ କରାଯିବ।

ରାଜ୍ୟର ୨୦ ତମ ଜିଲ୍ଲା ଭାବେ ଅନୁଗୁଳରେ ପ୍ରବେଶ କରିଛି କରୋନା ଭାଇରସ। ରବିବାର ଏଠାରେ ପ୍ରଥମ କରି ୧୩ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା ହୋଇଥିବାବେଳେ ଜଣେ ମହାରାଷ୍ଟ୍ର ଓ ଜଣେ ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡ଼ିଛନ୍ତି।

Comment