ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ମାଲକାନଗିରି ଉବୁଟୁବୁ। ଗୁରୁବାରଠୁ ମାଲକାନଗିରିରେ ବର୍ଷା ଲାଗି ରାହିଛି। ଫଳରେ କୋରକୋଣ୍ଡା ଓ ଏମ୍‌ଭି-୩୬ ପୋଲ ଉପରେ ୪ ଫୁଟ୍ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି। ଏଥିପାଇଁ ମାଲକାନଗିରି ଓ ବାଲିମେଳା ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଛି। ଯାତାୟାତ ଠପ୍ ହୋଇଛି।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

କାଲିମେଳା, ମାଥିଲି ଓ କୋରୁକୋଣ୍ଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଝାଟି ମାଟି ଘର ଭାଙ୍ଗି ଯାଇଛି। ଶହ ଶହ ହେକ୍ଟର ଧାନ ଫସଲ ଜଳ ମଗ୍ନ ହୋଇଛି।

ଗତ ଜୁଲାଇ ୨୯ ତାରିଖରେ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିବାରୁ ବନ୍ୟା ସ୍ଥିତି ହୋଇଥିଲା। ବର୍ଷା ଯୋଗୁଁ କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦ ଓ କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହୋଇଥିଲା। ତେଣୁ ମାଲକାନଗିରି-କାଲିମେଳା, କାଲିମେଳା-ପଡିଆ, କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Comment