ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ଜିଲ୍ଲା କଣିହାଁରେ ଥିବା ଏନ୍‌ଟିପିସି ପ୍ରକଳ୍ପରେ କୋଇଲା ସଙ୍କଟ ଦେଖାଦେଇଛି। ଫଳରେ କମ୍ପାନିର ଏକ ୟୁନିଟ୍ ବନ୍ଦ କରାଯାଇଛି। ୪ଦିନ ମଧ୍ୟରେ ଚାରି ଚାରିଟି ୟୁନିଟ୍ ବନ୍ଦ କରାଯାଇଛି।

ଏନ୍‌ଟିପିସିରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକୀୟ କୋଇଲାର ଅଭାବ ଦେଖାଦେଇଛି। ପ୍ଲାଣ୍ଟର ସବୁ ୟୁନିଟ୍ କାର୍ଯ୍ୟକ୍ଷମ କରିବାକୁ ଦୈନିକ ୫୦ହଜାର ଟନ୍ କୋଇଲା ଦରକାର ପଡ଼ୁଥିବା ବେଳେ ଷ୍ଟକରେ ୪ହଜାର ମେଟ୍ରିକ୍ ଟନ୍ କୋଇଲା ରହିଛି। ବିଭିନ୍ନ ସ୍ଥାନରୁ ୧୫ହଜାର ମେଟ୍ରିକ୍ ଟନ୍ କୋଇଲା ଆଣି କାମ ଚଳାଯାଉଛି।

ଫଳରେ କମ୍ପାନି କର୍ତ୍ତୃପକ୍ଷ ୟୁନିଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ମୋଟ୍ ୬ଟି ୟୁନିଟ୍‌ରୁ ୨ଟି ୟୁନିଟ୍ କାର୍ଯ୍ୟକ୍ଷମ ରହିଛି।

ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିବା ପରେ ଅନେକ ଖଣି ବନ୍ଦ ରହିଛି।

Comment