ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟ ଦୁନିଆର ‘ଦାଦା’ ନାମରେ ବେଶ ଲୋକପ୍ରିୟ ସୌରଭ ଗାଙ୍ଗୁଲିଙ୍କ ନାମରେ ମିଳୁଚି ବିୟର। ଏହି ବାମ ହାତୀ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଛି ଏପରି ସମ୍ମାନ। ଅଷ୍ଟ୍ରେଲିଆ ଏକ ବିୟର ମେନ୍ୟୁରେ ‘ଫେରାଲ ଗାଙ୍ଗୁଲି ମ୍ୟାଙ୍ଗୋ ଲସି’ ନାମକ ବିୟର ଦେଖିବାକୁ ମିଳିଛି।

ମେନ୍ୟୁର ଫଟୋକୁ ଏକ ଟୁଇଟର ବ୍ୟବହାରକାରୀ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହେବାକୁ ଲାଗିଛି।

ଭରତ ସୁଦର୍ଶନ ନାମକ ଏହି ବ୍ୟକ୍ତି ନିଜ ଟୁଇଟର ପେଜରେ ଲେଖିଛନ୍ତି, “ମୁଁ ଭାବୁଥିଲି ଅଷ୍ଟ୍ରେଲିଆର ଲୋକ ଗାଙ୍ଗୁଲିକୁ ସେତେଟା ପସନ୍ଦ କରନ୍ତି ନାହିଁ। ମାତ୍ର ଏବେ ଦେଖୁଛି ଗାଙ୍ଗୁଲିଙ୍କ ନାମରେ ଏକ ବିୟରର ନାମକରଣ କରି ଓଲଟା ତାଙ୍କୁ ସମ୍ମାନ କରିଛନ୍ତି।”

Comment