ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର। ୭ ବର୍ଷର ନାତିକୁ ନିର୍ଦ୍ଦୟ ଭାବେ ଗୋଇଠା ମାରି ଜେଜେ ମା’ ଏବେ ଥାନାରେ। ଶିଶୁକୁ ଉଦ୍ଧାର କରିବା ପାଇଁ ଗାଁରେ ପହଞ୍ଚିଛି ସିଡବ୍ଲ୍ୟୁସି ଟିମ୍‌। ଜଜେ ମା’ର ବିଧା, ଗୋଇଠା ମାରିବା ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଘଟଣାଟି ହେଉଛି ବସ୍ତା ବ୍ଲକ ଗଙ୍ଗାଧରପୁର ଗାଁର। ବାପା-ମା’ ପୁଅକୁ ଜେଜେ ମା’ ପାଖରେ ଛାଡ଼ି ମୁମ୍ବାଇ ଚାଲି ଯାଇଛନ୍ତି। ମୁମ୍ବାଇରେ ସେମାନେ ଦିନ ମଜୁରିଆ ଭାବେ କାମ କରୁଥିବାରୁ ପୁଅର ଦେଖାଶୁଣା କରିବାରେ ଅସୁବିଧା ହେବ ଭାବି ଜେଜେ ମା’ ପାଖରେ ଛାଡ଼ି ଦେଇଥିଲେ। ହେଲେ ଜେଜେ ମା’ ନାତିର ଦେଖାଶୁଣା କରିବା ବଦଳରେ ଚଣ୍ଡୀ ରୂପ ଧାରଣ କରି ଶରିରୀକ ନିର୍ଯାତନା ଦେଇଥିଲା।

୭ ବର୍ଷର ନାତିକୁ ଜେଜେ ମା’ ନିର୍ଦ୍ଦୟ ଭାବେ ମାଡ଼ ମାରୁଥିବା ବେଳେ କେହି ଜଣେ ମୋବାଇଲରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲା। ଭିଡିଓଟି ଭାଇରାଲ ହେବା ପରେ ବସ୍ତା ଥାନା ପୋଲିସ ଗଙ୍ଗାଧରପୁର ଗାଁରେ ପହଞ୍ଚି ଜେଜେ ମା’ଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି।

ଜେଜେ ମା’ ମାଡ଼ ମାରୁଥିବା ବେଳେ ପିଲାଟି ତଳେ ପଡ଼ି ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ଜେଜେ ମା’ର ମନ ତରଳି ନଥିଲା। ବିଧା, ଗୋଇଠା ମାରି ଚାଲିଥିଲା। ଏପରିକି ଶିଶୁଟିର ତଣ୍ଟି ଉପରେ ମଧ୍ୟ ଛିଡ଼ା ହେବାକୁ ପଛାଇ ନଥିଲା ଜେଜେ ମା’।

LEAVE A REPLY

Please enter your comment!
Please enter your name here