ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିନ ତମାମ୍ ମାରଥନ ବିତର୍କ ପରେ ଶେଷରେ ରାଜ୍ୟସଭାରେ ପାସ୍‌ ହୋଇଛି ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌। ଏହି ବିଲ୍‌ ସପକ୍ଷରେ ୧୨୫ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୬୧ଟି ଭୋଟ। ଏହି ବିଲ୍‌ ଆସନ୍ତାକାଲି ଲୋକସଭାରେ ଆଗତ ହେବ।

ଏହି ବିଲ୍‌ ପାସ୍‌ ହେବା ପରେ ଜମ୍ମୁ-କଶ୍ମୀରଠାରୁ ଲଦାଖ ଅଲଗା ହୋଇଛି। ଏହାସହ ଜମ୍ମୁ-କଶ୍ମୀର ମଧ୍ୟ ରାଜ୍ୟ ମାନ୍ୟତା ହରାଇଛି। ଜମ୍ମୁ କଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଛେଦ କରାଯାଇଛି। ଏହାକୁ ରାଷ୍ଟ୍ରପତି ସ୍ୱତନ୍ତ୍ର ବିଜ୍ଞପ୍ତି ଜରିଆରେ ଅନୁମୋଦନ ଦେଇଥିଲେ।

ରାଜ୍ୟସଭାରେ ଏହି ବିଲ୍‌କୁ କଂଗ୍ରେସ, ଡିଏମ୍‌କେ, ଜେଡିୟୁ, ଏନସି, ଆରଜେଡି, ସିପିଆଇ, ସିପିଆଇଏମ୍, ପିଡିପି, ଏଡିଏମକେ ଓ ଟିଏମ୍‌ସି ବିରୋଧ କରିଥିଲେ।

ସେହିପରି ଏହି ବିଲ୍‌କୁ ବିଜେପି, ବିଜେଡି, ଓ୍ୱାଇଏସ୍‌ଆର୍‌ କଂଗ୍ରେସ, ଏଆଇଏଡିଏମ୍‌କେ, ବିଏସ୍‌ପି, ଟିଡିପି ଓ ଆପ୍‌ ସମର୍ଥନ କରିଥିଲେ।

Comment