ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା। ଫଳରେ କୋରାପୁଟ ଉପର କୋଲାବ, ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। କୋରାପୁଟ ଉପର କୋଲାବ ଜଳ ଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି।

ଆଜି  ଜଳ ଭଣ୍ଡାରରେ ୧୭ ମିଲିମିଟର ବର୍ଷା ହୋଇଥିବା ଜଳ ଭଣ୍ଡାରରେ ସେକଣ୍ଡ ପ୍ରତି ୪୪୪.୭୨ କ୍ୟୁମେକ୍ସ ଜଳ ପ୍ରବେଶ କରୁଛି।  ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ୬୦.୧୩ କ୍ୟୁମେକ୍ସ ପାଣି ବାହାରକୁ ଛଡ଼ାଯାଉଥିବା ଜଣାଯାଇଛି।

ଏଠାରେ ବିପଦ ସଂକେତ ୮୫୮ ମିଟର ଜଳସ୍ତର କ୍ଷମତା ରହିଛି। ଗତବର୍ଷ ଏହି ସ୍ତର ୮୫୭ ଟପିଥିଲା।

ଏଥର ଲଗାଣ ବର୍ଷାରେ ଜଳ ସ୍ତର ବୃଦ୍ଧି ପାଇଛି। ଯଦି ଜଳଭଣ୍ଡାରରେ ବିପଦ ସଙ୍କେତ ଉପରକୁ ଟପିଲେ ଗେଟ୍ ଖୋଲାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comment