ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ାସ୍ଥିତ ରେଲୱେ ଅଭିନନ୍ଦନ କମ୍ୟୁନିଟି ହଲ୍‌ଠାରେ ଏହି ମହାସମାରୋହ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ମା’ ମଝିଘରିଆଣୀ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ ହୋଇ ସ୍ଥାନୀୟ ଅଭିନନ୍ଦନ ହଲ୍‌ଠାରେ ପହଞ୍ଚିଥିଲେ।

ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତରେ ଝୁମି ଉଠିଥିଲେ ଦର୍ଶକ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ପଛୁଆବର୍ଗ ଲୋକେମାନେ ସାମିଲ ହୋଇଥିଲେ।

ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି ଏବଂ ସମାଜସେବୀ ବିଦୁଲତା ହୁଇକା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ବ୍ଲକ ସଭାପତି ପେଦାଣ୍ଟି ରାମୁଲୁ, କାଳିରାମ ମାଝି, ଆପଲୋସ୍ୱାମୀ କାଡ୍ରାକା, ବିଜେଡି ନେତ୍ରୀ ଅନୂସୁୟା ମାଝିଙ୍କ ସମେତ ବିଏସପି ଜିଲ୍ଲା ସଭାପତି ଜିତୁ ଜାକାସିକା ଓ କୁର୍ଲି ସରପଞ୍ଚ ରିଞ୍ଜା ଜାକାସିକାଙ୍କ ସମିତ ଜିଲ୍ଲାର ଅନେକ ଆଦିବାସୀ ସମ୍ପ୍ରଦାୟ ଲୋକେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Comment