ଓଡ଼ିଶାଲାଇଭ ବ୍ୟୁରୋ

ଚାପୁଡ଼ାରେ ଗଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଜୀବନ। ଜଣେ ରୋଗୀଙ୍କ ସମ୍ପର୍କୀୟ ଅନ୍ୟ ଜଣେ ରୋଗୀଙ୍କୁ ଚାପୁଡ଼ା ମାରିବା ଫଳରେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ।

ଆନନ୍ଦପୁର ଡାକ୍ତରଖାନାରେ ଗୌତମ ମୁଖି ନାମକ ଜଣେ ରୋଗୀ ଦୀର୍ଘଦିନ ଚିକିତ୍ସିତ ହେଉଥିଲେ। ରବିବାର ଡାକ୍ତରଖାନା ପରିସରରେ ସେ ପରିଶ୍ରା କରୁଥିବାରୁ ବଳରାମ ଡୋଲି ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଚାପୁଡ଼ା ମାରିଥିଲେ। ଫଳରେ ଗୌତମ ଅଚେତ ହୋଇଯାଇଥିଲେ।

ଏହି ଘଟଣାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଗୌତମଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ ହେବା ପରେ ବଲରାମଙ୍କୁ ଗିରଫ କରାଯାଇଛି।

Comment