ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ମୋ ବସ୍‌ରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରୀମାନଙ୍କ ପାଇଁ ମୋ ବସ୍‌ରେ ଯିବା ପାଇଁ ମିଳିବ ମାସିକିଆ ପାସ୍‌। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ‘ଫ୍ରିଡମ ମାସିକିଆ ପାସ୍‌’ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

ଅଗଷ୍ଟ ୧୫ରରୁ ମାଷ୍ଟରକ୍ୟାଣ୍ଟିନ, ଫାୟାର ଷ୍ଟେସନ, ରସୁଲଗଡ଼, ବାଣୀବିହାର, କିଟ ଛକ ଭଳି ବିଭିନ୍ନ ବସ୍‌ ଡିପୋରେ ଏହି ପାସ୍‌ ବିକ୍ରି କରାଯିବ। ଛୁଟି ଦିନ ବ୍ୟତୀତ ଅନ୍ୟ ଦିନରେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହା ବିକ୍ରି କରାଯିବ। ପାସ୍‌ ପାଇବା ସହ ଗୋଟିଏ ଷ୍ଟାମ୍ପ ସାଇଜ୍‌ ଫଟୋ ଓ ପରିଚୟ ପତ୍ର ଆବଶ୍ୟକ।

ଅଗଷ୍ଟ ୩୧ ତାରିଖ ଭିତରେ ଯେଉଁମାନେ ଏହି ପାସ୍‌ କିଣିବେ ସେମାନଙ୍କ ପାଇଁ ଆକର୍ଷଣୀୟ ଉପହାର ରଖାଯାଇଛି। ବସ୍‌ରେ ଯାତ୍ରା କରିବା ସମୟରେ ୨୫% ଭଡ଼ାର ଛାଡ଼ ସହ ୫ଦିନ ଅତିରିକ୍ତ ସେବା ପାଇବେ। ଏହାସହ ଆଇସିଆଇସିଆଇ ଓଡେଶୀ କାର୍ଡ ପାଇପାରିବେ।

Comment