ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପକୁଣ୍ଠ ଶାମାଖୁଣ୍ଟା ନିକଟସ୍ଥ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟରୁ ୩ ଜଣ ନବମ ଶେଣୀର ଛାତ୍ର ଛାତ୍ରାବାସ ଛାଡ଼ି ପଳାଇଛନ୍ତି। ୩ ଜଣ ଛାତ୍ର ବିଦ୍ୟାଳୟର ପାଚେରୀ ଡେଇଁ କୁଆଡ଼େ ପଳାଇଥିବା ନେଇ ବାରିପଦା ସହର ଥାନାରେ ଅଭିଯୋଗ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଛାତ୍ରମାନଙ୍କର ଅଭିଭାବକମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହି ଫେରାର ଛାତ୍ରମାନେ ହେଲେ ବାଲେଶ୍ୱର ଜିଲ୍ଲାର ଶୁଭଙ୍କର ମିଶ୍ର, ମୟୂରଭଞ୍ଜ ଜିଲ୍ଲାର ହେମନ୍ତ ସାହୁ ଓ ରାଉରକେଲାାର ଅବିନାଶ ମହାକୁଡ଼।

ଏହି ଛାତ୍ରମାନେ ହଷ୍ଟେଲ ଛାଡ଼ି ପଳାଇଥିବାର କାରଣ ଜଣାପଡ଼ିନାହିଁ। ବାରିପଦା ସଦର ପୋଲିସ ଘଟଣାର ତଦନ୍ତ କରୁଛି।

ଆଜିକୁ ଘଟଣା ଘଟିବାର ଦୁଇ ଦିନ ବିତିଗଲାଣି, କିନ୍ତୁ ଛାତ୍ରମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ।

Comment