ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହୋଇଯାଇଛି ଭାରତର ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଅଭିଯାନ। ଗୁରୁବାର ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଯାଇଛି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ। ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆ ବ୍ୟାଟ୍‌ ଧରିଛି।

ଏହି ମ୍ୟାଚ୍‌ ଆସନ୍ତା ୨୬ ତାରିଖ ଯାଏଁ ଚାଲିବ। ସେହିପରି ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ଯାଏଁ ଚାଲିବ।

Antigua India West Indies Cricket

ଏହି ଟେଷ୍ଟରେ ଟିମ୍‌ ଇଣ୍ଡିଆରେ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିଛି। ତେବେ ଏହି ଦୁହିଁଙ୍କୁ ଓପନିଂ କରିବାର ସୁଯୋଗ ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ଅନ୍ୟପକ୍ଷରେ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ ଏବଂ ଉମେଶ ଯାଦବ ବାଦ ପଡ଼ିଛନ୍ତି।

Comment