ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

୨୦୦୮ ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ଏକ ଦୁଃଖଦ ଘଟଣା। ସେହିଦିନ ବି ଥିଲା ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ। ସାରାଦେଶ ଜନ୍ମାଷ୍ଟମୀ ପାଳନ କରୁଥିଲା ବେଳେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଏହାପରେ କନ୍ଧମାଳରେ ଦୀର୍ଘ ମାସ ଦୁଇ ଧରି ଦଙ୍ଗା ହୋଇଥିଲା। ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ। ଲକ୍ଷ୍ମଣାନନ୍ଦଙ୍କ କନ୍ଧମାଳ ଚକାପାଦସ୍ଥିତ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଏବଂ ଜଳେଶପଟା ଆଶ୍ରମରେ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚକାପାଦ ଓ ଜଳେଶପଟା ଆଶ୍ରମକୁ ପୋଲିସ ଘେରି ରହିଛି। ସେହିପରି ମାଓବାଦୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରହିବ।

ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି । ଫୁଲବାଣୀ ସହରର ଗାନ୍ଧୀ ସ୍ମୃତି ଭବନରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। କୌଣସି ଅଘଟଣକୁ ଏଡ଼ାଇବାକୁ ବିଭିନ୍ନ ସ୍ଥାନରେ ଗାଡ଼ି ମଟରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଡିଏସ୍‌ପି ଓ ଅତିରିକ୍ତ ଏସ୍‌ପି ଆଶ୍ରମରେ କ୍ୟାମ୍ପ କରିଛନ୍ତି।

Comment