ଓଡ଼ିଶାଲାଇଭ୍ ବ୍ୟୁରୋ 
ନିଜର ନିୟମିତ ଖାଦ୍ୟ ତାଲିକାରେ ଫଳ ରସ(ଜୁସ୍) ସାମିଲ କରନ୍ତୁ। ଶାରୀରିକ ବିକାଶ ପାଇଁ ଜୁସ୍ ଏକ ଉତ୍ତମ ଏବଂ ଆବଶ୍ୟକୀୟ ପାନୀୟ ଅଟେ। ପ୍ରତିଦିନ ଗୋଟଏ ଗ୍ଲାସ ଶୁଦ୍ଧ ଫଳ ରସ ପିଇଲେ ଭୋକ ବଢ଼େ। ଏନେଇ ‘ଆମେରିକାନ୍ କଲେଜ୍ ଅଫ୍ ନ୍ୟୁଟ୍ରିସନ୍’ ନାମକ ପ୍ରତ୍ରିକାରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।
ଗୋଟିଏ ଗ୍ଲାସ ଜୁସ୍ରେ ଭରପୂର ପୋଷଣ ରହିଥାଏ। ଯାହା ଶରୀରରେ ଭିଟାମିନ୍-ସି, ଫାଇବର୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରିମାଣକୁ ବୃଦ୍ଧି କରେ।
ଶରୀରରେ କମ୍ ଥିବା ପୁଷ୍ଟିକର ଉପାଦାନକୁ ପୁରା କରିବା ସହ ଏହା ପାଚନକ୍ରିୟାକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ। ଯାହାଫଳରେ ଜଣେ ବ୍ୟକ୍ତିର ଭୋକ ବଢ଼ାବା ସହ ସଠିକ୍ ସମୟରେ ଭୋକ ଲାଗିଥାଏ।
ଯଦି ଜୁସ୍ ତିଆରି କରି ପିଇ ପାରୁ ନାହାନ୍ତି ତେବେ ଦିନକୁ କିଛି ଫଳ ଖାଇପାରିବେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।