ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ୍‌ ଫୋନ ନିର୍ମାତା କମ୍ପାନି ମୋଟୋରୋଲା ଭାରତରେ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟଫୋନ୍‌ ‘ମୋଟୋରଓଲା ୱାନ ଆକ୍ସନ’। ନୂଆ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ କରାଯାଇଥିଲା। ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

‘ମୋଟୋରଓଲା ୱାନ ଆକ୍ସନ’ରେ ରହିଛି  ୪ଜିବି ରାମ୍‌ ଓ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ। ଯାହା ଦାମ୍‌ ୧୩,୯୯୯ ଟଙ୍କା ରହିଛି। ଏଥିରେ ରହିଛି ଆଣ୍ଡ୍ରଏଡ ୯.୦ ପାଇ ଭର୍ସନ ଅପରେଟିଂ ସିଷ୍ଟମ। ଏଥିରେ ଲାଟେଷ୍ଟ Android 10ର ଅପଡେଟ୍‌ ମଧ୍ୟ ମିଳିବ।

ସ୍ପେସିଫିକେସନ

  • ୬.୩ ଇଞ୍ଚ୍‌ ଫୁଲ ଏଚ୍‌ଡି ଡିସପ୍ଲେ (୧୦୮୦ x ୨୫୨୦ ପିକ୍ସେଲ୍‌)
  • ସାମସଙ୍ଗର ଏକ୍ସିନୋଜ୍ ୯୬୦୯ ଅକ୍ଟାକୋର ପ୍ରୋସେସର
  • ଟ୍ରିପଲ୍‌ ରିୟର କ୍ୟାମେରା (୧୨,୨ ଓ ୫)ମେଗାପିକ୍ସେଲ
  • ୧୨ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା
  • ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ

Comment