ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍‌ ବିଶ୍ଵବିଦ୍ୟାଳୟ‌ରେ ମଙ୍ଗଳବାର ମର୍ସିଡିସ୍‌ ବେଞ୍ଜର ଅଟୋମୋଟିଭ୍‍ ମେକାଟ୍ରୋନିକ୍ସ ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଉଦ୍‌ଘାଟିତ ହୋଇଛି। ମର୍ସିଡିସ୍‌ ବେଞ୍ଜ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଟିନ୍‍ ସ୍ୱେ ଏହି ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି।

ଏହି ସେଣ୍ଟରରେ ଅଟୋମୋଟିଭ୍‍ ମେକାଟ୍ରୋନିକ୍ସରେ ଉଚ୍ଚତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯିବ।

ସ୍ୱେଙ୍କ କହିଥିଲେ, ‘‘ମର୍ସିଡିସ୍‌ ବେଞ୍ଜ ନିରନ୍ତର ଭାବେ ଦକ୍ଷତା ଓ କୌଶଳର ବିକାଶ କରୁଛି। ଫଳରେ ଯୁବ ମସ୍ତିଷ୍କ ଓ ସମାଜ ବଡ଼ଧରଣର ଲାଭବାନ ହେବ।’’

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ, ‘‘ମର୍ସିଡିସ୍‌ ବେଞ୍ଜ ହେଉଛି ଏକ ବିଶ୍ୱସ୍ତରୀୟ ଆଇକନ୍‍। ଅଟୋମୋଟିଭ୍‍ ମେକାଟ୍ରୋନିକ୍ସ ପାଠ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ଅଟୋମୋବାଇଲ୍‍ କ୍ଷେତ୍ରରେ ବିଶ୍ଵସ୍ତରୀୟ ତାଲିମ ପାଇପାରିବେ। ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବୈଷୟିକ କୌଶଳ ବଢ଼ାଇବ।’’

କିଟ୍‌ରେ ମର୍ସିଡିସ୍‍ ବେଞ୍ଜର ଏକ ସେଣ୍ଟର ଖୋଲିବା ନେଇ ମାର୍ଚ୍ଚରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଆଜି ଆନୁଷ୍ଠାନିକ ଭାବେ ଏହି ବୁଝାମଣାପତ୍ର କିଟ୍‌ ଓ ମର୍ସିଡିସ୍‌ ବେଞ୍ଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରତିବଦଳ ହୋଇଛି। କାର୍ଯ୍ୟକ୍ରମରେ ମର୍ସିଡିସ୍‌ ‍ବେଞ୍ଜର କଷ୍ଟମର୍‍ ସର୍ଭିସେସ୍‌ ଭାଇସ୍‌ ପ୍ରେସିଡେଣ୍ଟ ଶେଖର ଭିଡେ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ସସ୍ମିତାରାଣୀ ସାମନ୍ତ, କିଟ୍‍ ମେକାନିକାଲ୍‍ ସ୍କୁଲ୍‍ର ଡିନ୍‌ ଡକ୍ଟର ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment