ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ‘ଇସ୍ରୋ’କୁ ମିଳିଛି ଆଉ ଏକ ସଫଳତା। ଶୁକ୍ରବାର ଚନ୍ଦ୍ରର ଆହୁରି ପାଖକୁ ଯାଇ ସଫଳତା ପୂର୍ବକ ଚନ୍ଦ୍ରର ଚତୁର୍ଥ କକ୍ଷରେ ପ୍ରବେଶ କରିଛି ‘ଚନ୍ଦ୍ରଯାନ-୨’। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଆଗାମୀ ଦୁଇ ଦିନ ଚନ୍ଦ୍ରର ଏହି କକ୍ଷପଥରେ ବୁଲିବ ଚନ୍ଦ୍ରଯାନ-୨। ଚନ୍ଦ୍ରର ଚାରିପାଖରେ ସବୁଠାରୁ କମ ଦୂରତା(ପେରିଜୀ) ୧୨୬ କିଲୋମିଟର ଏବଂ ସବୁଠୁ ବଡ଼ ଦୂରତା(ଏପିଜୀ) ୧୬୪ କିଲୋମିଟର କକ୍ଷପଥରେ ଚନ୍ଦ୍ରଯାନ ୨ ଘୁରି ବୁଲିବ।

ଆସନ୍ତା ସେପ୍ଟେମ୍ବର ୧ ସନ୍ଧ୍ୟା ୬ରୁ ୭ଟା ମଧ୍ୟରେ ଚନ୍ଦ୍ରଯାନ-୨ ଚନ୍ଦ୍ରର ପଞ୍ଚମ କକ୍ଷରେ ପ୍ରବେଶ କରିବ। ଏହି ସମୟରେ ଚନ୍ଦ୍ରଯାନ ୧୧୪ ପେରିଜୀ ଏବଂ ୧୨୮ ଏପିଜୀରେ ଚନ୍ଦ୍ରର ଚାରପାଟ ବୁଲିବ।

Comment