ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଧୋଇବାକୁ ଯାଉଥିଲା ବେଳେ ବିଦ୍ୟୁତ ଖୁଣ୍ଟ ପଡ଼ି ୨ ଯୁବକଙ୍କର  ମୃତ୍ୟୁ ଘଟିଛି। କନ୍ଧମାଳ, ବାଲିଗୁଡ଼ାରେ ଏହି ଦୁଃଖଦ ଘଟଣା ଘଟିଛି। ବିଲ ଦେଇ ଯାଇଥିବା ବିଦ୍ୟୁତ ଖୁଣ୍ଟ ଅଚାନକ ପଡ଼ିଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୨ ଯୁବକ ଗୁରୁତର ଆହତ ହୋଇଛନ୍ତି।

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଶୁକବ୍ରାର ସକାଳୁ ସ୍ଥାନୀୟ ୪ଜଣ ଯୁବକ ନିକଟ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ବିଲ ରାସ୍ତା ଦେଇ ଗାଧୋଇବାକୁ ଯାଉଥିବା ବେଳେ ହଠାତ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟି ୨ଜଣ ଯୁବକଙ୍କ ଉପରେ ପଡ଼ି ଯାଇଥିଲା।

ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ଗୁରୁତର ୨ଜଣ ଯୁବକଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

Comment