ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଗାଦିରୁ ହଲୁ ନାହାନ୍ତି ଏମାର ମଠ ମହନ୍ତ, କିଳିଲେ କବାଟ

ଆଜି ତୃତୀୟ ଦିନରେ ମଧ୍ୟ ଅଡ଼ୁଆରେ ପଡ଼ିଛି ପ୍ରଶାସନ। ସକାଳୁ ସକାଳୁ ପ୍ରଶାସନ ସଜବାଜ ହୋଇ ବୁଲଡୋଜର, ଜେସିବି ଧରି ମଠ ଆଗରେ ପହଞ୍ଚିଲା ବେଳକୁ ମଠ ମହନ୍ତ କବାଟ କିଳିକି ଭିତରେ ବସିଛନ୍ତି। ମହନ୍ତ ନିଜ ଗାଦିରୁ ହଲିବାର ନା ଧରୁ ନାହାନ୍ତି। ତେଣୁ ପ୍ରଶାସନ ବର୍ତ୍ତମାନ କବାଟ କିଳା ଆଲୋଚନା ଚଳାଇଛନ୍ତି ଯେ, କେମିତି ମହନ୍ତଙ୍କୁ ସେଠୁ ହଟାଯିବ।

ଥାନାରୁ କିଭଳି ସେବା ପାଇଲେ, ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ

ଏଣିକି ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ। ଥାନାରୁ କିଭଳି ସେବା ପାଇଲେ ପୋଲିସକୁ ତା’ର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପୋଲିସ ବିଭାଗରେ ଲାଗୁ କରିବାକୁ ରାଜ୍ୟ ପୋଲିସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ ଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।

ବସ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ବାତିଲ ହେବ ଫିଟନେସ୍‌

ଏଣିକି ବସ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ବସ୍‌ର ଫିଟନେସକୁ ବାତିଲ କରାଯିବ। ବସ୍‌ରେ ଯାତ୍ରୀମାନଙ୍କର ସୁରକ୍ଷା ଓ ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ ବସ୍‌ ମାଲିକ ସଂଘ, ଆରଟିଓ ଓ ପୋଲିସ ଏସିପିଙ୍କ ଏକ ମିଳିତ ବୈଠକ ହୋଇଥିଲା।

ବିରାଟ ଭାଙ୍ଗିପାରନ୍ତି ଧୋନିଙ୍କ ରେକର୍ଡ

ଭାରତର ପୂର୍ବତନ ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଗୋଟିଏ ପାଦ ପଛରେ ଅଛନ୍ତି ବିରାଟ କୋହଲି। ଶୁକ୍ରବାର ଆରମ୍ଭ ହେବାକୁ ଥିବା ଭାରତ-ଓ୍ଵେଷ୍ଟଇଣ୍ଡିଜ ଶେଷ ଟେଷ୍ଟ ମ୍ୟାଚରେ ଯଦି ଭାରତ ବିଜୟ ହାସଲ କରେ ତେବେ ବିରାଟ କୋହଲି ସର୍ବାଧିକ ଟେଷ୍ଟ ଜିତିଥିବା ଅଧିନାୟକ ଭାବେ ଧୋନିଙ୍କୁ ପଛରେ ପକାଇବେ।

ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଭୁବନେଶ୍ୱର ସପିଂ ମଲ୍‌ରେ ମକ୍‌ଡ୍ରିଲ

ଆତଙ୍କବାଦୀ ଆକ୍ରମଣ ହେଲେ କିଭଳି ମୁକାବିଲା କରିବେ ସୁରକ୍ଷାକର୍ମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଏକ ସପିଂ ମଲ୍‌ରେ ମକ୍‌ଡ୍ରିଲ କରାଯାଇଛି। ବମ୍‌ ନିଷ୍କ୍ରିୟକାରୀ ଟିମ୍‌, ଆଣ୍ଟି ଟେରୋରିଷ୍ଟ ସ୍ୱାଡ , ଏନଡିଆରଏଫ୍‌ ଟିମ୍‌, ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ।

ଆସୁଛି ଲଘୁଚାପ – ବର୍ଷାରେ ଭିଜିବ ଗଣେଶ ପୂଜା

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ସକ୍ରିୟ ହୋଇ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସେପ୍ଟେମ୍ଵର ୨ରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ବଢ଼ିଲା ସୁରକ୍ଷା – ଭୁବନେଶ୍ଵର ବିମାନ ବନ୍ଦରରେ ଲାଗିବ ଫୁଲ୍‌ ବଡି ସ୍କାନର

ସୁରକ୍ଷା ବ୍ୟବସ୍ଥାରେ ଆଉ ଏକ ପାଦ ଆଗେଇଛି ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଯାତ୍ରୀମାନଙ୍କୁ ସଂପୂର୍ଣ୍ଣ ଯାଞ୍ଚ କରିବା ପାଇଁ ଏଠାରେ ଫୁଲ୍‌ ବଡି ସ୍କାନର ସ୍ଥାପନ କରାଯିବ। ତେବେ ଦେଶରେ ଆତଙ୍କବାଦ ଆକ୍ରମଣ ଆଶଙ୍କା ଦିନକୁ ଦିନ ବଢୁଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ିଚାଲିଛି।

ଶ୍ରୀମନ୍ଦିର ଓ ଚେମିଣି ବସା – କ’ଣ ରହିଛି ଧାର୍ମିକ ବିଶ୍ୱାସ?

ଚେମିଣି ଏକ ବିରଳ ପକ୍ଷୀ। ସବୁଜିମା ତଥା ଚାଳଘର ନଥିବା ଯୋଗୁଁ ଏମାନଙ୍କ ବଂଶ ‌ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। କିନ୍ତୁ ଶ୍ରୀକ୍ଷେତ୍ରରେ ଚେମିଣି ଧାର୍ମିକ ବିଶ୍ୱାସ ସହିତ ଜଡ଼ିତ। କାରଣ ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଚେମିଣି ରହୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାରକୁ ଚେମିଣି ଦ୍ୱାର ବୋଲି କୁହାଯାଏ।

Comment