ଓଡ଼ିଶାଲାଇଭ ବ୍ୟୁରୋ

ସୁରକ୍ଷା ବ୍ୟବସ୍ଥାରେ ଆଉ ଏକ ପାଦ ଆଗେଇଛି ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଯାତ୍ରୀମାନଙ୍କୁ ସଂପୂର୍ଣ୍ଣ ଯାଞ୍ଚ କରିବା ପାଇଁ ଏଠାରେ ଫୁଲ୍‌ ବଡି ସ୍କାନର ସ୍ଥାପନ କରାଯିବ। ତେବେ ଦେଶରେ ଆତଙ୍କବାଦ ଆକ୍ରମଣ ଆଶଙ୍କା ଦିନକୁ ଦିନ ବଢୁଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ିଚାଲିଛି।

ସହର ଭିତରେ ଅଧିକ ସମ୍ଵେଦନଶୀଳ ସ୍ଥାନ କୁହାଯାଉଥିବା ବିମାନ ବନ୍ଦରରେ ସୁରକ୍ଷାକୁ ମଜବୁତ କରିବାକୁ ବ୍ୟୁରୋ ଅଫ୍‌ ସିଭିଲ ଏଭିଏସନ୍‌ ଆଣ୍ଡ ସିକ୍ୟୁରିଟି(ବିସିଏଏସ୍‌) ଏଭଳି ପଦକ୍ଷେପ ନେଇଛି। ବିଶେଷ କରି ଆଧୁନିକ ଜ୍ଞାନ କୌଶଳ ଯୁକ୍ତ ହାଇଟେକ୍‌ ଉପକରଣ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଉଛି।

ବିମାନ ବନ୍ଦରକୁ ବର୍ଷକୁ ୩୫ଲକ୍ଷ ଯାତ୍ରୀ ଯିବା ଆସିବା କରିଥାନ୍ତି। ହେଲେ ଏପର୍ଯ୍ୟନ୍ତ ଏଠାରେ ସଂପୂର୍ଣ୍ଣ ବଡି ସ୍କାନର ନାହିଁ। ବର୍ତ୍ତମାନ ହାତରେ ଧରାଯାଉଥିବା ମେଟାଲ ଡିଟେକ୍ଟର ହିଁ ଭରସା।

Comment