ଓଡ଼ିଶାଲାଇଭ୍‌ ବ୍ୟୁରୋ

କଦଳୀରେ ଭିଟାମିନ୍, ମିନେରାଲ୍ ଓ ପ୍ରୋଟିନ୍ ରହିଛି, ଏହା ତ ସମସ୍ତେ ଜାଣନ୍ତି। କିନ୍ତୁ କଦଳୀର ଚୋପାରେ ବି ଭିଟାମିନ୍, କାର୍ବୋହାଇଡ୍ରେଟ୍, ଆଣ୍ଟିଅକ୍ସିଡେଣ୍ଟ୍ ଓ ପୋଟାସିୟମ୍ ଭଳି ଆବଶ୍ୟକୀୟ ତତ୍ତ୍ୱ ରହିଛି ଯାହା ସମ୍ପୂର୍ଣ୍ଣ ତ୍ୱଚା ପାଇଁ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଚାର।

–  କଦଳୀ ଚୋପାରେ ମହୁ ଟିକିଏ ପକାଇ ମୁହଁରେ ଘଷିଲେ ବ୍ରଣ କମିବ।

–  ବ୍ଲାକ୍ ହେଡ୍ସ୍ ହେଉଥିଲେ ସ୍କବର୍ ଭଳି ବ୍ୟବହାର କରିପାରିବେ। କଦଳୀ ଚୋପାକୁ ଭଲ ଭାବେ ଚକଟି ସେଥିରେ ୨/୩ ଟୋପା ମହୁ ଓ ଟିକିଏ ବେକିଂ ସୋଢ଼ା ପକାଇ ବ୍ଲାକ୍ ହେଡ୍ସ୍ ଉପରେ ଲଗାଇ ୧୦ମିନିଟ୍ ପରେ ଧୋଇ ଦିଅନ୍ତୁ।

–  ଦାନ୍ତର ହଳଦିଆପଣ ଦୂର କରିବା ପାଇଁ ସବୁଦିନ ସକାଳୁ ଦାନ୍ତରେ କଦଳୀ ଚୋପା ଭଲ ଭାବେ ଘଷି ପାଟି ଧୁଅନ୍ତୁ। ଗୋଟିଏ ସପ୍ତାହ ଯାଏଁ ଏହି ଉପଚାର କରନ୍ତୁ।

– ଆଖି ତଳ କଳା ଦାଗ ପଡ଼ିଥିଲେ ଗୋଟିଏ କଦଳୀ ଚୋପାକୁ ଭଲ ଭାବେ ଗ୍ରାଇଣ୍ଡ କରି ସେଥିରେ ଟିକିଏ ଆଲୋଭିରା ଜେଲ୍ ମିଶାଇ ଆଖି ତଳେ ଲଗାନ୍ତୁ। ଶୁଖିଲା ପରେ ଧୋଇ ଦିଅନ୍ତୁ। ଆଖି ତଳ କଳା ଦାଗ ଦୂର ହେବ।

– କଦଳୀ ଚୋପାରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ବୟସାଦ୍ଧିକ୍ୟ ସମସ୍ୟା, ଯେପରି ରିଙ୍କଲ୍ସ୍ ପାଇଁ ଲାଭପ୍ରଦ। ବୟସ ବଢ଼ିଲେ ତ୍ୱଚାରେ କୁଞ୍ଚନ ପଡିବା ଦେଖାଯାଏ। ଏଥିପାଇଁ କଦଳୀ ଚୋପାକୁ ଗ୍ରାଇଣ୍ଡ୍ କରି ଟିକିଏ ବାଦାମ ତେଲ ମିଶାଇ ଫେସ୍ପ୍ୟାକ୍ ଭଳି ଲଗାନ୍ତୁ। ଶୁଖିଗଲେ ୨୦ମିନିଟ୍ ପରେ ଧୋଇଦିଅନ୍ତୁ।

LEAVE A REPLY

Please enter your comment!
Please enter your name here