ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଓଡ଼ିଶା ସାଧାରଣ ନିର୍ବାଚନରେ କଂଗ୍ରେସ ବିରାଟ ପରାଜୟ ପରେ ଏବେ ସଂଗଠନକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ଆସନ୍ତା ସେପ୍ଟେମ୍ବର ୬ରୁ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ସଭ୍ୟ ସଂଗ୍ରହ ଅଭିଯାନ। ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।

ରବିବାର କଂଗ୍ରେସ ବିଧାୟକ ସୁର ରାଉତରାୟ ବିଜେଡି ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ସମାଲୋଚନା କରିଥିଲେ। ବିଜେଡି ଆଧାର ଲିଙ୍କ କରାଇବା ନାଁରେ ଭୋଟରଙ୍କୁ ଆକୃଷ୍ଟ କରି ଓଡ଼ିଶାକୁ ଲୁଟ୍‌ ଉଦ୍ୟମ କରିବାକୁ ଚାହୁଁଛିଥିବା ସୁର ରାଉତରାୟ କହିଛନ୍ତି।

ଏହି ଅବସରରେ କଂଗ୍ରେସର ସଭ୍ୟ ସଂଗ୍ରହ ବିଷୟରେ ସୂଚନା ଦେଇଥିଲେ ରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, “ଆସନ୍ତା ସେପ୍ଟେମ୍ବର ୬ରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ। କଂଗ୍ରେସ ଓଡ଼ିଶାରୁ ୫୦ରୁ ୬୦ ଲକ୍ଷ୍ୟ ସଭ୍ୟ ସଂଗ୍ରହ କରିବାର ଲକ୍ଷ ରଖିଛି।”

୨୦୧୯ ଓଡ଼ିଶା ସାଧାରଣ ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଥିଲା। କଂଗ୍ରେସ ଲୋକସଭାରେ ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ ବିଧାନସଭାରେ ୯ଟି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା।

Comment