ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗ୍ରାମରେ। ଇଲେକ୍ଟ୍ରି ତାର ଛିଡି ପଡ଼ିବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଶୁଙ୍କପାଡି ଗ୍ରାମର ପୁରୁ ପିଡିକାକା।

ଆହତ ଦାସରୀ କୁଟ୍ରୁକାକୁ ଗୁରୁତର ଅବସ୍ଥାରେ ବିଷମକଟ ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁଇ ଜଣ ସାଇକୋଲ ଯୋଗେ ଆସୁଥିବା ବେଳେ ଉର୍ଲାଯୋଡି ଗ୍ରାମର ଅଙ୍ଗନୱଡି କେନ୍ଦ୍ର ନିକଟରେ ହଠାତ ଇଲେକ୍ଟ୍ରି ତାର ଛିଡିଯାଇଥିଲା। ଫଳରେ ତାର ଲାଗି ଘଟଣାସ୍ଥଳରେ ହିଁ ପୁରୁଙ୍କ ମୃତ୍ୟୁ ଘଟିଥିଲା। ତେବେ କ୍ଷତିପୂରଣ ଦାବି ନେଇ ଲୋକେ ଗାଁରେ ଶବ ରଖିଥିଲେ। ଖବର ପାଇ ବିଷମକଟକ ଥାନା ପୋଲିସ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Comment