ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଘରେ ଘରେ ଏହି ପର୍ବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ନୂଆଁଖାଇରେ ନୂଆ ଧାନ ପୂଜା କରିବାର ପରମ୍ପରା ରହିଛି। ଜନସାଧାରଣ ବିଭିନ୍ନ ଅଞ୍ଚ ବୁଲି ନୂଆ ଧାନ ସଂଗ୍ରହ କରୁଛନ୍ତି। ଖପ୍ରାଖୋଲ ସାପ୍ତାହିକ ବଜାରରେ ସରିହାଁ ଧାନ ବିକ୍ରି ହେଉଥିବା ବେଳେ ଏହାକୁ ଲୋକମାନେ କିଣୁଥିଲେ।

ଖପ୍ରାଖୋଲର ତିହାର ହାଟରେ ନୂଆ ଧାନ ସହିତ ମାଟି ହାଣ୍ଡି, କୁଲା, ଖଡ଼ିକା, ନଡ଼ିଆ, କାକୁଡ଼ି, ଫଳମୂଳ ଓ ପନିପରିବା ପାଇଁ ପ୍ରବଳ ଭିଡ଼ ଜମିଥାଏ।

ତିହାର ହାଟରେ ପନିପରିବା ଦର ମହଙ୍ଗା ଥିଲେ ମଧ୍ୟ ଲୋକେ କିଣିବାକୁ ବାଧ୍ୟ ହୋଇଥିଲେ। ଦେଶୀ କଦଳୀ, ସାରୁ, ଝୁଡ଼ଙ୍ଗ ଆଦି ପନିପରିବା କିଣିବା ପାଇଁ ଗ୍ରାହକ ଆଗ୍ରହ ପ୍ରକାଶ କରିଛନ୍ତି।

ଘରଦ୍ଵାର ସଫାସୁତୁରା କରିବା ସହ ଲିପାପୋଛା ଆରମ୍ଭ ହୋଇଛି। ବାହାରେ ରହୁଥିବା ଲୋକ ଘରକୁ ଫେରି ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Comment