ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ନର୍ସମାନେ ଆନ୍ଦୋଳନ କରିଛନ୍ତି। ନର୍ସଙ୍କ କାର୍ଯ୍ୟବନ୍ଦ ଯୋଗୁଁ  ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ହସ୍ପିଟାଲରେ ନର୍ସମାନେ ବାରମ୍ବାର ଆକ୍ରମଣର ଶିକାର ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଏହି ଆନ୍ଦୋଳନ ହୋଇଛି।

ଗତ ଫେବ୍ରୁଆରି ୧୩ ତାରିଖରେ ପ୍ରତିମା ପ୍ରଧାନ ନାମକ ଜଣେ ନର୍ସଙ୍କୁ ଜଣେ ରୋଗୀଙ୍କ ସଂପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ  ଗିରଫ କରିବାକୁ ନର୍ସମାନେ ଦାବି କରିଛନ୍ତି।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ନର୍ସ ଚେତାବନୀ ଦେଇଛନ୍ତି।

Comment