ଓଡ଼ିଶାଲାଇଭ୍ ବ୍ୟୁରୋ

ବସକୁ ପଡ଼ିଲା ଟ୍ରାଫିକ୍ ତଣ୍ଡ। ନିୟମ ଉଲ୍ଲଘଂନ କରିଥିବାରୁ ବଲାଙ୍ଗିରରେ ଗୋଟିଏ ଯାତ୍ରୀବାହୀ ବସକୁ ୩୦ ହଜାର ୫ ଶହ ଟଙ୍କା ଫାଇନ୍ କରାଯାଇଛି।

ଏହି ବସର ଡ୍ରାଇଭରଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିବା ହେତୁ ତାଙ୍କୁ ୫ ହଜାର ଟଙ୍କା ଫାଇନ୍ କରାଯାଇଛି ଏଥିସହିତ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୫ ହଜାର ଟଙ୍କା ଫାଇନ୍ କରାଯାଇଛି। ଏହାସହ ବସ୍ କଣ୍ଟକ୍ଟରଙ୍କ ଲାଇସେନ୍ସ ନଥିବା ହେତୁ ତାଙ୍କ ଉପରେ ୧୦ ହଜାର ଟଙ୍କା ଫାଇନ୍ କରାଯାଇଛି।

ଗାଡ଼ିର ପରମିଟ୍ ନଥିବା ହେତୁ ୧୦ ହଜାର ଓ ସାଧାରଣ ଅପରାଧ ପାଇଁ ୫ଶହ ଟଙ୍କା ଜରିମାନା କରାଯାଇଛି। ଏହିଭଳି ଭାବେ ବସ୍ ଉପରେ ମୋଟ ୩୦ ହଜାର ୫ଶହ ଟଙ୍କାର ଫାଇନ୍ କଟାଯାଇଛି।

ଚଳିତ ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଟ୍ରାଫିକ୍ ଧରପଗଡ଼ ପୁଣିଥରେ ଟାଇଟ୍ ହୋଇଛି। ଏହାଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ମୋଟା ଅଙ୍କର ଫାଇନ୍ ଦେଉଥିବା ଦେଖିବାକୁ ମିଳିଛି।

Comment