ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ଜିଲ୍ଲାରେ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଅଗଷ୍ଟ ୮ ତାରିଖରୁ ୧୧ ତାରିଖ ଯାଏଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ସଟଡାଉନ ବେଳେ ଜିଲ୍ଲା ଭିତରେ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ, ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ ଜଳଯୋଗାଣ, ମେଡିକାଲ, ପରିମ, ଆଦି ଜରୁରୀ ସେବା ଚାଲୁ ରହିବ। ଏଥିସହ ମାଲବାହୀ ଗାଡ଼ି, ଶିଳ୍ପ ପ୍ରତିଷ୍ଠାନ, ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିବ।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଯେଉଁ ୧୬୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨୧ ଜଣ ବଲାଙ୍ଗିରରୁ ଅଛନ୍ତି।

Comment