ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ବଲାଙ୍ଗିର ପାଟଣାଗଡ କେନ୍ଦୁଲିଫ୍ ଡିଏଫ୍‌ଓ। ପାଟଣାଗଡରେ କେନ୍ଦୁପତ୍ର ଫଡି ମରାମତି ବିଲ୍ ପାସ୍ କରାଇବା ପାଇଁ ୧ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡିଏଫଓ ପ୍ରଣବ ମହାନ୍ତିଙ୍କୁ ଗିରଫ କରାଯାଇଛି।

ବିଭାଗୀୟ ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ତ୍ରିଲୋଚନ ଦେହୁରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଚଢାଉରେ ବଲାଙ୍ଗିର, ବରଗଡ଼ ଓ ସମ୍ବଲପୁର ସ୍ଥିତ ଭିଜିଲାନ୍ସ ଟିମ୍  ସାମିଲ ହୋଇଛନ୍ତି ।

Comment