ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଡିସେମ୍ବର ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ। ବଲାଙ୍ଗିରରେ ନିର୍ମିତ ହୋଇଥିବା ବିପିସିଏଲ୍ ଏଲିପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବା ପାଇଁ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଉପ-ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବେ। ଗ୍ୟାସ ବିତରଣକୁ ସୁବିଧା କରିବା ପାଇଁ ବିପିସିଏଲ୍ ତରଫରୁ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟର ନିର୍ମାଣ କରାଯାଇଛି। ଏଥିରେ ବର୍ଷକୁ ପ୍ରାୟ ୪୨ ଲକ୍ଷ ସିଲିଣ୍ଡର ରିଫିଲିଂ ହୋଇପାରିବ ବୋଲି ସୂଚନା ମିଳିଛି।

ଗତବର୍ଷ ମେ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ଏହି ପ୍ଲାଣ୍ଟ ଫଳରେ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ସିଲିଣ୍ଡର ରିଫିଲିଂ କରି ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଉଛି।

Comment