ଓଡ଼ିଶାଲାଇଭ୍ ବ୍ୟୁରୋ 

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚାଳକମାନେ ସତର୍କ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ନୂତନ ଯାନ ବାହାନ ନିୟମରେ ଜରିମାନା ପରିମାଣ ଦଶଗୁଣା ବଢିଯିବା ଫଳରେ ପୂର୍ବରୁ  ଟ୍ରାଫିକ ନିୟମ ପ୍ରତି ଯେଉଁ ବେଖାତିର ଭାବ ଥିଲା ତାହା ଆଉ ଦେଖାଯାଉ ନାହିଁ। ନୂଆ ନିୟମ ଲାଗୁ ହେବା ପରେ ପ୍ରଥମ ଦିନରେ ହିଁ କମିସନରେଟ ପୋଲିସ ୨ ଲକ୍ଷ ୧୩ ହଜାର ଫାଇନ ଆଦାୟ କରିଥିଲା।

ହେଲମେଟ ଚେକିଂ ଧରାପଡିଲେ ଏବେ ୧୦୦୦ ଟଙ୍କା ଦେବାକୁ ପଡୁଛି। ତେଣୁ ଫାଇନ ଅପେକ୍ଷା ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି ବାଇକ ଚାଳକ। ଏଥିପାଇଁ ହେଲେମେଟ ଦୋକାନରେ ପ୍ରବଳ ଭିଡ ଲାଗୁଥିବା ଦେଖାଯାଉଛି। ରାସ୍ତା କଡ଼ ହେଲମେଟ ବ୍ୟବସାୟୀମାନେ ସେପ୍ଟେମ୍ବର ପହିଲା ପର ଠାରୁ ବେଶ୍ ଦି ପଇସା ରୋଜଗାର କରିବା ଆରମ୍ଭ କରିଛନ୍ତି।

Comment