ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ସେପ୍ଟେମ୍ବର ୩ ତାରିଖଠାରୁ  ସିଲଭର ସିଟି କଟକରେ ଜାତୀୟ ସ୍ତରୀୟ ବାସ୍କେଟ ବଲ ମ୍ୟାଚ ଖେଳାଯିବ। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୪୬ତମ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ଚମ୍ପିଆନସିପରେ  ୨୬ଟି ରାଜ୍ୟର୧୦୦୦ ଖେଳାଳି ଅଂଶଗ୍ରହଣ କରିବେ।

ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହାୟତାରେ ଏହା ଖେଳା ଯାଉଛି। ପ୍ରତିଯୋଗିତା ୯ରେ ଶେଷ ହେବ। ଏନେଇ ଖେଳାଳିମାନଙ୍କ ରହିବା ପାଇଁ ଉଭୟ କଟକ-ଭୁବନେଶ୍ୱରର ହୋଟେଲ ଓ ବାରବାଟୀ ଷ୍ଟାଡିୟମର କମ୍ପ୍ଲେକ୍ସରେ ବ୍ୟବସ୍ଥା କରାଯାଇଥିବା କହିଛି ରାଜ୍ୟ ବାସ୍କେଟବଲ ଆସୋସିଏସନ। ଏହି ମେଗା ଇଭେଣ୍ଟକୁ କ୍ରୀଡାପ୍ରେମୀ ବେଶ ଉପଭୋଗ କରିବେ ବୋଲି ଆଶା ରଖିଛନ୍ତି ଆୟୋଜକ।

Comment