ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରାଫିକ୍ ନିୟମ ନମାନି ସାଧାରଣ ଲୋକ ତଥା ଗାଡ଼ି ଚାଳକମାନେ ମୋଟା ଅଙ୍କର ଟଙ୍କା ଗଣିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସାରାଦେଶରେ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋ ଚାଳକଙ୍କଠୁ ୫୨ ହଜାର ୫ଶହ ଟଙ୍କା ଟ୍ରାଫିକ ଜରିମାନା କରିବା ପରେ କରିବା ପରେ ହରିଆଣାର ଗୁରୁଗ୍ରାମରେ ଜଣେ ଟ୍ରାକ୍ଟର ଚାଳକଙ୍କ ଉପରେ ୫୯ ହଜାର ଟଙ୍କା ଫାଇନ ହୋଇଛି।

ଟ୍ରାକ୍ଟର ଚାଳକ ଜଣକ ପାଖରେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଇନ୍ସ୍ୟୁରାନ୍ସ, ଗାଡ଼ି କାଗଜପତ୍ର କିଛି ବି ନଥିଲା। ଏହାସହ ଡ୍ରାଇଭର ଜଣକ ମଦ ପିଇ ଗାଡ଼ି ଚଲାଇବା କାରଣରୁ ତାଙ୍କ ଉପରେ ଏହି ଫାଇନ୍ କଟାଯାଇଛି। ଚାଲାଣ କାଟିବା ସହ ଟ୍ରାକ୍ଟରଟିକୁ ପୋଲିସ୍ ଜବତ କରିନେଇଛି।

ଡ୍ରାଇଭର ଜଣକ ମଙ୍ଗଳବାର ଗୋଟିଏ ବାଇକକୁ ଧକ୍କା ଦେଇ ତା’ସହ ଝଗଡା କୁରଥିଲେ। ଏହାପରେ ସେଠାରେ ପୋଲିସ୍ ପହଞ୍ଚି ଏହି ଫାଇନ୍ କାଟିଛି।

ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହୋଇଛି। ଏହାଫଳରେ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ମୋଟାଅଙ୍କର ଫାଇନ୍ ଗଣିବାକୁ ପଡୁଛି। ଗତକାଲି ଉତ୍ତରପ୍ରଦେଶରେ ଜଣେ ସ୍କୁଟି ଚାଳକଙ୍କଠାରୁ ଟ୍ରାଫିକ ପୋଲିସ ୨୩ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା।

Comment