ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଯାନ ୨ ଅବରତରଣକୁ ଆଉ କିଛି ଘଣ୍ଟା ବାକି ରହିଛି। ଆଜି ବିଳମ୍ବିତ ରାତିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୨। ରାତି ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଙ୍ଗ୍‌ କରିବ।

ଏହି ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୦ଜଣ ଛାତ୍ରଛାତୀଙ୍କ ସହିତ ଦେଖିବେ। ତେବେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଶାରୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶରଣ୍ୟା ନନ୍ଦ ଓ ଝାରସୁଗୁଡ଼ା ଜିଲ୍ଲା ଡିଏଭି ଏମସିଏଲ ଲଖନପୁରର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ସ୍ଥାନ ପାଇଛନ୍ତି।

ଇସ୍ରୋ ଓ www.mygov.in ପକ୍ଷରୁ ଅଗଷ୍ଟ ମାସରେ ଅନଲାଇନ ସ୍ପେସ କୁଇଜ କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତାରେ ୭୦ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଶରଣ୍ୟା ଓ ଚିନ୍ମୟ ମଧ୍ୟ ସ୍ଥାନ ପାଇଛନ୍ତି।

ତେବେ ସେପ୍ଟେମ୍ଵର ୭ ତାରିଖ ଦିନ ବେଙ୍ଗାଲୁରୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଉପସ୍ଥିତ ରହିବେ। ଏହାସହ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comment