ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇତିହାସ ରଚିବା ଅପେକ୍ଷାରେ ଭାରତ। ଚନ୍ଦ୍ରଯାନ ୨ ଅବରତରଣକୁ ଆଉ କିଛି ଘଣ୍ଟା ବାକି ରହିଛି। ଆଜି ବିଳମ୍ବିତ ରାତିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୨। ରାତି ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଙ୍ଗ୍‌ କରିବ।

ଏହାର ପ୍ରାୟ ୪ ଘଣ୍ଟା ପରେ ଅର୍ଥାତ୍‌ ସାଢ଼େ ୪ଟାରୁ ସାଢ଼େ ୬ଟାରେ ରୋଭର୍‌ ପ୍ରଜ୍ଞାନ ଲାଣ୍ଡର ଭିତରୁ ବାହାରି ଚନ୍ଦ୍ରବୃଷ୍ଠରେ ବିଚରଣ କରିବ। ଅବତରଣର ଶେଷ ୧୫ ମିନିଟ ଇସ୍ରୋ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହେବ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରୋ ଯିବେ। ଏହି ଐତିହାସିକ ଦିନରେ ମୋଦୀ ଇସ୍ରୋ ବୈଜ୍ଞାନିକଙ୍କ ସହ ରହିବେ। ଏହାସହ ସାରାଦେଶରୁ ୭୦ ଜଣ ଛାତ୍ରଛାତ୍ରୀ ଇସ୍ରୋରେ ମୋଦୀଙ୍କ ସହ ଚନ୍ଦ୍ରଯାନ ୨ ଅବତରଣ ଦେଖିବେ।

Comment