ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ଘଣ୍ଟା ପରେ ଚନ୍ଦ୍ରରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ ୨। ଆଜି ରାତି ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ଚନ୍ଦ୍ରରେ ସଫ୍ଟ ଲାଣ୍ଡିଙ୍ଗ୍‌ କରିବ। ଲାଣ୍ଡିଙ୍ଗ ସମୟ ପାଖେଇବା କ୍ଷଣି ଇସ୍ରୋ ବୈଜ୍ଞାନିକଙ୍କ ସମେତ ଦେଶବ୍ୟାପି ଲୋକଙ୍କ ହୃଦ୍‌ ସ୍ପନ୍ଦନ ବଢ଼ିବାରେ ଲାଗିଛି। ୯୭୮ କୋଟି ବ୍ୟୟରେ ଆରମ୍ଭ ହୋଇଥିବା ଏହି ମିଶନ ଉପରେ ସାରାବିଶ୍ୱର ନଜର ରହିଛି।

ଏହି ଐତିହାସିକ ମୁହୂର୍ତ୍ତକୁ ଲାଇଭ୍‌ ଦେଖିବା ପାଇଁ ଆଜି ଇସ୍ରୋ ଯିବେ ମୋଦୀ। ମୋଦୀଙ୍କ ସହ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାର ସଯୋଗ ପାଇଛନ୍ତି ୭୦ ଜଣ ଛାତ୍ରଛାତ୍ରୀ।

ଆଜି ବିଳମ୍ବିତ ରାତିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୨। ରାତି ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଙ୍ଗ୍‌ କରିବ।

ଏହାର ପ୍ରାୟ ୪ ଘଣ୍ଟା ପରେ ଅର୍ଥାତ୍‌ ସାଢ଼େ ୪ଟାରୁ ସାଢ଼େ ୬ଟାରେ ରୋଭର୍‌ ପ୍ରଜ୍ଞାନ ଲାଣ୍ଡର ଭିତରୁ ବାହାରି ଚନ୍ଦ୍ରବୃଷ୍ଠରେ ବିଚରଣ କରିବ। ଅବତରଣର ଶେଷ ୧୫ ମିନିଟ ଇସ୍ରୋ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହେବ।

Comment