ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଳକମାନଙ୍କୁ ବିଭିନ୍ନ ନିୟମ ଦେଖାଇ ତାଙ୍କ ପାଖରୁ ଭୁଲ ଫାଇନ ଆଦାୟ କରୁଥିଲେ ଦୁଇଗୁଣା ତଣ୍ଡ ଗଣିବେ ଚେକିଂ ଅଧିକାରୀ। ଏନେଇ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି ପରିବହନ ସଚିବ ଜି.ଶ୍ରୀନିବାସ।

ଅଯଥାରେ ଲୋକଙ୍କୁ ହଇରାଣ ନକରିବାକୁ ସେ ଚେକିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ  ବିଭିନ୍ନ ପ୍ରକାର ନିୟମର ଆଳ ଦେଖାଇ ଚେକିଂ ଅଧିକାରୀମାନେ ଲୋକଙ୍କ ପାଖରୁ ଭୁଲ୍ ଚାଲାଣ କାଟୁଥିବା ନଜରକୁ ଆସିଥିଲା।

ବର୍ତ୍ତମାନ ଏହି ଅସୁବିଧାରୁ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଏଭଳି ନିୟମ ଲାଗୁ କରାଯାଇଛି। ଏହାଦ୍ୱାରା ଲୋକମାନେ ଅଯଥାରେ ଜରିମାନା ଗଣିବାରୁ ମୁକ୍ତି ପାଇବେ। ତାସହ ଚେକିଂ ଅଧିକାରୀ ମଧ୍ୟ ସଠିକ୍ ନିୟମ ଅନୁସାରେ ଚେକିଂ କରି ଜୋରିମାନା ଆଦାୟ କରିବେ।

Comment