ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଏସ୍‌ଏନ୍‌ଏଲ୍‌ ନିଜର ଭାରତ ଫାଇବର ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌କୁ ବିସ୍ତାର କରି ଏକ ନୂଆ ପ୍ଲାନ ଘୋଷଣା କରିଛି। ୧,୯୯୯ ଟଙ୍କା ବିଶିଷ୍ଟ ଏହି ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌ରେ ଆପଣଙ୍କୁ ଦୈନିକ ୩୩ ଜିବି ଡାଟା ଏବଂ ଅନ୍‌ଲିମିଟେଡ ଭଏସ୍‌ କଲିଂର ସୁବିଧା ମିଳିବ। ଭାରତରେ ଜିଓ ଫାଇବର ଲଞ୍ଚ ହେବାପରେ ବିଏସ୍‌ଏନ୍‌ଏଲ୍‌ ଏହି ନୂଆ ପ୍ଲାନ ଘୋଷଣା କରିଛି।

ଏନେଇ କମ୍ପାନି ପକ୍ଷରୁ କୁହାଯାଇଛି,” ୧,୯୯୯ ଟଙ୍କା ବ୍ରଡବ୍ୟାଣ୍ଡ ପ୍ଲାନ୍‌ରେ ଗ୍ରହକଙ୍କୁ ପ୍ରତିଦିନ ୩୩ ଜିବିର ୧୦୦ ଏମ୍‌ବିପିସ୍‌ ଡାଟା ମିଳିବ। ଏହା ପରେ ସ୍ପିଡ କମିଯାଇ ୪ ଏମ୍‌ବିପିଏସ୍‌ ହୋଇଯିବ।”

ବିଏସ୍‌ଏନ୍‌ଏଲ୍‌ର ଏହି ୧,୯୯୯ ଟଙ୍କିଆ ପ୍ଲାନ ବଜାରରେ ଉପଲିବ୍ଧ ଥିବା ଏସିଟି ଫାଇବର ନେଟ୍‌, ଏୟାରଟେଲ ଭି-ଫାଇବରର ୧,୯୯୯ଟଙ୍କିଆ ପ୍ଲାନ୍‌କୁ ଟକ୍କର ଦେବ। ସେହିପରି ନିକଟରେ ଲଞ୍ଚ ହୋଇଥିବା ଜିଓ ଫାଇବରର ୨,୪୯୯ ଟଙ୍କା ପ୍ଲାନକୁ ମଧ୍ୟ ଟକ୍କର ଦେଇପାରେ ବୋଲି କୁହାଯାଉଛି।

Comment