ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟସିଟି ଭୁବନେଶ୍ୱରରେ ରୋଡ୍‌ରୋମିଓଙ୍କୁ ଛେଚି କମିଶନରେଟ୍ ପୋଲିସଠାରୁ ପୁରସ୍କୃତ ହୋଇଛନ୍ତି ବେବିନା ମହାନ୍ତି। ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସମ୍ମାନିତ କରିଛନ୍ତି। ଦୁଇ ପୁଅଙ୍କ ବିରୋଧରେ ଲଢ଼ିଥିବାରୁ ପୋଲିସ କମିଶନର ତାଙ୍କୁ ସାବାସୀ ଜଣାଇଛନ୍ତି।

ସୋମବାର ଦିନ ଭୁବନେଶ୍ୱରର ଜଗନ୍ନାଥନଗରରେ ସାହସିକତା ଦେଖାଇଥିଲେ ବେବିନା। ସେ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ବାଇକ୍‌ରେ ଦୁଇ ଜଣ ପୁଅ ତାଙ୍କୁ ପିଛା କରିଥିଲେ। ଏହାସହ ବେବିନାଙ୍କୁ ଅଶ୍ଲୀଳ ଭାଷାରେ କମେଣ୍ଟ ମଧ୍ୟ ମାରିଥିଲେ।

ଶେଷରେ ବେବିନା ମନରେ ସାହସ ବାନ୍ଧି ଦୁଇ ଯୁବକଙ୍କୁ ସାବାଡ଼୍ କରିଥିଲେ। ଗାଡ଼ି ଅଟକାଇ ଦୁଇ ରୋଡ୍‌ରୋମିଓଙ୍କୁ ନିର୍ଧୁମ ଛେଚିଥିଲେ। ବିଧା, ଗୋଇଠା ମାରିବା ସହ କାନ ଧରି ବସ୍‌ ଉଠ୍‌ କରାଇଥିଲେ। ସ୍ଥାନୀୟ ଲୋକେ ଦୁଇ ରୋଡ୍‌ରୋମିଓଙ୍କୁ ପୋଲିସ ଜିମା ଦେଇଥିଲେ।

‘‘ଭବିଷ୍ୟତରେ ଆମେ ଏଭଳି ସାହସିକତାକୁ ପୁରସ୍କୃତ କରିବୁ। କର୍ମଜୀବୀ ମହିଳା ଏବଂ ଛାତ୍ରୀମାନେ ପ୍ରତିଦିନ କେଉଁସବୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସେ ସମ୍ପର୍କରେ ଆମେ ସେମାନଙ୍କ ସହ ଆଲୋଚନା କରିବୁ। ଯେଉଁମାନେ ଆମ ସହିତ କାମ କରିବାକୁ ଚାହିଁବେ ସେମାନଙ୍କୁ ସ୍ପେଶାଲ ପୋଲିସ ଅଫିସର ଭାବେ ନିଯୁକ୍ତି ଦେବୁ’’, କହିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

Comment