ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼ି ଚଢ଼ିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଆରଟିଓ ଅଫିସ୍‌ରେ ସୋରିଷ ପକେଇବାକୁ ଜାଗା ନାହିଁ। କିଏ ନୂଆ ଲାଇସେନ୍ସ ପାଇଁ ତ କିଏ ଲାଇସେନ୍ସର ଅପଡେଟ୍‌ କରିବା ପାଇଁ ଭିଡ଼ ଲଗେଇଛନ୍ତି। ଆରଟିଓ ଅଫିସ୍‌ରେ ଗେଟ୍‌ ପାଖରୁ ଅଧ ରାସ୍ତା ଯାଏଁ ଲମ୍ବିଛି ଲୋକଙ୍କ ଧାଡ଼ି। ଭୁବନେଶ୍ୱର ଆରଟିଓ ୧ ଓ ଆରଟିଓ ୨ରେ ଏଭଳି ଅଧିକାରୀଙ୍କୁ ଅମମ୍ଭାଳ କରିଦେଉଛି।

ଦୁଇଟି ଆରଟିଓରେ ଆବେନପକାରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି। ୧୦ ଦିନରେ ପାଖାପାଖି ୧୦ ହଜାର ଲୋକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ମାସେ ଭିତରେ ୭ ହଜାର ହୋଇଥିବା ବେଳେ ଏବେ ୧୦ ଦିନ ଭିତରେ ୧୦ ହଜାରରୁ ଅଧିକ।

ଲାଇସେନ୍ସ ପାଇଁ ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ ହେଉଥିବାରୁ  ସର୍ଭର ଉପରେ ସବୁ ନିର୍ଭର କରିଥାଏ। ବେଶୀ ପରିମାଣରେ ଆବେଦନ କରିଲେ ସର୍ଭର ସ୍ଲୋ ମଧ୍ୟ ହୋଇଯାଏ। ତେଣୁ ଆରଟିଓ-୨ରେ ରାତି ୯ଟା ଯାଏଁ କାଉଣ୍ଟର ଖୋଲା ରହୁଛି।

ନୂଆ କରି ଲାଇସେନ୍ସ ଓ ନବୀକରଣ ପାଇଁ ଲୋକଙ୍କ ଅଧିକ ଭିଡ଼ ଦେଖି ଭୁବନେଶ୍ଵର ଆରଟିଓ-୧ କାର୍ଯ୍ୟାଳୟରେ ଅଧିକ ୪ଟି କାଉଣ୍ଟର ଖୋଲାଯାଇଛି।

ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବା ପରେ ଜରିମାନା ଆଦାୟକୁ ଜୋରଦାର କରିଥିଲା ପୋଲିସ। ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା। ହେଲେ ଏହାକୁ ନେଇ ଗତ ଶନିବାର ଦିନ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ରଣକ୍ଷେତ୍ର ପାଲଟି ଯାଇଥିଲା ରାଜହମଲ ଛକ। ଏହାପରେ ଗତ ତିନି ଦିନ ହେଲା ପୋଲିସ ରାଜଧାନୀରେ ଲୋକଙ୍କୁ ଫୁଲ ଏବଂ ଚକୋଲେଟ୍‌ ଦେଇ ଗାଡ଼ି ଚାଳକଙ୍କୁ ବୁଝାଉଥିଲା। ମଙ୍ଗଳବାର ପୋଲିସ ଲୋକଙ୍କ ସଚେତନ କରିବା ପାଇଁ ଫାଇନ୍‌ ନେଇ ହେଲମେଟ୍‌ ମଧ୍ୟ ବଣ୍ଟନ କରୁଥିଲେ।

Comment