ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (୧୨ ସେପ୍ଟେମ୍ବର, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଲଦାଖରେ ଉତ୍ତେଜନା, ମୁହାଁମୁହିଁ ହେଲେ ଭାରତ-ଚୀନ ସେନା

ଲଦାଖରେ ଭାରତ ଓ ଚୀନ ସେନା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୈଗାଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ଦେଶର ଯବାନ ଧସ୍ତାଧସ୍ତି ହୋଇଥିଲେ।

ଆଚାର୍ଯ୍ୟ ବିହାର-ବାଣୀବିହାରରୁ ବସ୍‌ ଧରିପାରିବେନି ଯାତ୍ରୀ, ସତ୍‌ସଙ୍ଗ ବିହାରରେ ହେବ ବସ୍‌ ଓ୍ୱେ

ଆଚାର୍ଯ୍ୟ ବିହାର, ବାଣୀ ବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍‌ ଷ୍ଟପରେ ଆଉ ବସ୍‌ ରହିବ ନାହିଁ। ଏଣିକି ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍‌ ଧରିବାକୁ ଥିବା ଯାତ୍ରୀମାନେ ସତ୍‌ସଙ୍ଗ ବିହାରରୁ ବସ୍‌ ଧରିପାରିବେ।

ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରିବ ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି।

୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ। କେତେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପରିଶ୍ରମର ମିଳୁନି ମୂଲ୍ୟ, ସପ ବୁଣାକାରଙ୍କ ବୁଡ଼ିବାକୁ ବସିଛି ବୃତ୍ତି

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଆଜି ବି ନିଜ ପ୍ରୟାସ ବଞ୍ଚାଇ ରଖିଛନ୍ତି ସପ ଓ ଝାଡୁ ବୁଣାକାର। ପରିଶ୍ରମ ଢ଼େର ହେଲେ ପାଉନାହାନ୍ତି ମନମୁତାବକ ପାରିଶ୍ରମିକ। ସରକାରଙ୍କ ତରଫରୁ ମଧ୍ୟ କୌଣସି ସହାୟତା ଏପର୍ଯ୍ୟନ୍ତ ମିଳି ପାରିନାହିଁ। ସେଥିପାଇଁ ଧିରେ ଧିରେ ବୁଡ଼ିବାକୁ ବସିଲାଣି ଏମାନଙ୍କର ବୃତ୍ତି।

୧୮୩୨ରେ ଆରମ୍ଭ ହୋଇଥିଲା କଟକର ପ୍ରଥମ ଦୁର୍ଗା ପୂଜା

ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ।

ୟୁଟ୍ୟୁବରେ ଯୁବପିଢ଼ିଙ୍କୁ ଇନସ୍ପାୟର କରିବ ଆକାଶଙ୍କ ‘ଆକାଶ ଇନସ୍ପାୟର୍ସ’

ଆକାଶ ଦାସ ନାୟକ। ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା। ଜଣେ ଲୋକପ୍ରିୟ ଅଭିନେତା, ଜଣେ ଯୁବ ନେତା ଭାବେ ସେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ଭିନ୍ନ ଭିନ୍ନ ଫିଲ୍ମରେ ଦମଦାର ଅଭିନୟ କରି ସେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇଛନ୍ତି। ତେବେ କେବଳ ଅଭିନୟ ନୁହେଁ ରାଜନୀତିରେ ମଧ୍ୟ ଆକାଶ ତାଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି।

Comment