ଓଡ଼ିଶାଲାଇଭ ବ୍ୟୁରୋ

ଭିନ୍ନକ୍ଷମଙ୍କୁ ସଶକ୍ତୀକରଣ କରିବାକୁ ପୁରସ୍କୃତ କରିବେ ରାଜ୍ୟ ସରକାର। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ତରଫରୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏନେଇ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି।

ଯୋଗ୍ୟତା

  • ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କିମ୍ଵା ଉତ୍କର୍ଷତା ହାସଲ କରିଥିବା ଭିନ୍ନକ୍ଷମ ବ୍ୟକ୍ତିବିଶେଷ।
  • ଭିନ୍ନକ୍ଷମମାନଙ୍କ ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରିଥିବା ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ।

ଏଥିପାଇଁ ଦରଖାସ୍ତ ଫର୍ମ www.ssedp.gov.in ରେ ଉପଲବ୍ଧ ରହିଛି। ଫର୍ମଟି ପୂରଣ କରିବା ସହ ଆବଶ୍ୟକୀୟ ପ୍ରମାଣ ପତ୍ର ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହ ୩୦.୦୯.୨୦୧୯ ତାରିଖ ସୁଦ୍ଧା ଆବେଦନ କରିବାକୁ ହେବ।

ଏହାସହ ଜିଲ୍ଲାପାଳଙ୍କ ଅନୁମୋଦନ ସହ ନିର୍ଦ୍ଦେଶିକା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର, ଏସ.ଆଇ.ଡି.ଆର ବିଲଡିଂ, କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ୍‌, ୟୁନିଟ-୬, ଭୁବନେଶ୍ଵର ଠିକଣାରେ ପଠାଇବାକୁ ହେବ।

Comment