ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ୱର ବିମାନ ବନ୍ଦରର ରନୱେ ମରାମତି ହେବ। ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯିବ। ଦୁଇଟି ପର୍ଯ୍ୟାୟରେ ରନୱେ ମରାମତି ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ମରାମତି କାମ ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ। ରାତି ୧୦ଟାରୁ ସକାଳ ୫ଟା୩୦ ଯାଏଁ ବିମାନ ବନ୍ଦରର ସମସ୍ତ ଅପରେସନ ବନ୍ଦ ରହିବ।

ଦ୍ୱିତୀୟ ପର୍ଯ୍ୟାୟ ମରାମତି କାମ ଏପ୍ରିଲ ପହିଲାରୁ ଆରମ୍ଭ ହେବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ମରାମତି କାମ। ଦ୍ୱିତୀୟ ପର୍ଯ୍ୟାୟରେ ଦିନ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିବ।

ଯାତ୍ରୀଙ୍କ ସୁବିଧା ଲାଗି ବିମାନସେବାର ସମୟରେ ପରିବର୍ତ୍ତନ କରିବାକୁ ସଂପୃକ୍ତ ବିମାନସେବା କମ୍ପାନିକୁ ଅନୁରୋଧ କରାଯିବ।

ପ୍ରତି ୧୦ ବର୍ଷରେ ରନ୍‌ୱେର ମରାମତି କରାଯାଇଥାଏ। ୨୦୦୭ରେ ଭୁବନେଶ୍ୱର ବିମାନ ବନ୍ଦର ରନୱେର ରିକାର୍ପେଟିଂ କରାଯାଇଥିଲା। ଏହାପରେ ରନୱେର ମରାମତି କରାଯାଇଛି। ହେଲେ ବିମାନ ଚଳାଚଳରେ ବାଧା ଉପୁଜୁଥିବାରୁ ସଂପୂର୍ଣ୍ଣ ମରାମତି ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିନକୁ ୩୯ଟି ବିମାନ ଚଳାଚଳ କରୁଛି।

Comment