ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ଜାନୁଆରି ମାସ ପହିଲାରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସୁରତକୁ ଉଡିବ ବିମାନ। ଗୁରୁବାର ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ଆସନ୍ତାବର୍ଷ ଆରମ୍ଭରୁ ସପ୍ତାହକୁ ତିନିଦିନ ଭୁବନେଶ୍ୱରରୁ ସୁରତ ବିମାନ ଚଳାଚଳ କରିବ। ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ। ତାଙ୍କର ଏହି ଅନୁରୋଧକୁ ମନ୍ତ୍ରାଳୟ ମଞ୍ଜୁର କରିଛି।

ଅପରାଜିତା ଷଡ଼ଙ୍ଗୀ ଟୁଇଟ୍ କରି ଲେଖିଛନ୍ତି, “ମୁଁ ବହୁତ ଖୁସି କାରଣ ମୋର ଅନୁରୋଧ ବିମାନ ଚଳାଚଳ ମନ୍ତ୍ରାଳୟରେ ମଞ୍ଜୁର ହୋଇଯାଇଛି। ଆସନ୍ତା ଜାନୁଆରି ୧ ତାରିଖରୁ ସପ୍ତାହକୁ ତିନିଦିନ ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ବିମାନ ଚଳାଚଳ କରିବ। ସୁରତରେ ଥିବା ଓଡ଼ିଆ ବନ୍ଧୁମାନଙ୍କ ପାଇଁ ଏହା ଆବଶ୍ୟକ ଥିଲା।”

Comment